Tuesday 21 July 2020

Odia song - Kotiye Tararu Mile Gotiye Jahna - Lyrics

ପୁ: ଫୁଲଟିଏ ଥିଲା,
କେଉଁ ଲତାରେ ଫୁଟି
ଲାଜେ ଗଲା ଲୁଚି ସେ ତ,
ତାରାକୁ ଦେଖି
ତାରା ଗଲା ଲୁଚି ସେ ତ,
ଜହ୍ନକୁ ଦେଖି
ଜହ୍ନ ଗଲା ଲୁଚି ସେ ମୋ
ପ୍ରିୟାକୁ ଦେଖି
---------------------------------
ପୁ: କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ,
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
କୋଟିଏ ହୃଦରୁ ମିଳେ...

ସ୍ତ୍ରୀ: କ'ଣ ମିଳେ?

ପୁ: ଗୋଟିଏ ମନ... ଓ ଓ ଓ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
ମନ ସେ ତ ହୀରା ନୀଳା ଖଣିର ସମ,
ଏମିତି ମନଟି ଯାର...

ସ୍ତ୍ରୀ: କାହାର ସେ ମନ?

ପୁ: ସେ ମୋ ପ୍ରିୟାର ମନ... ଓ ଓ ଓ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
--------------------------------------
ପୁ: ଆଖି ଖୋଜେ ରୂପ ପୁଣି,
ଓଠ ଖୋଜେ ମଧୁ
ନିଦ ଖୋଜେ ସପନକୁ
ମନ ଖୋଜେ ବଧୂ
ଆଖି ଖୋଜେ ରୂପ ପୁଣି,
ଓଠ ଖୋଜେ ମଧୁ
ନିଦ ଖୋଜେ ସପନକୁ
ମନ ଖୋଜେ ବଧୂ ... ଓ ଓ ଓ

ମନ ଚୋରିଗଲେ ବିତେ ଦୁଃଖରେ ଦିନ
ମନ ଚୋରିଗଲେ ବିତେ ଦୁଃଖରେ ଦିନ
ମନ ଯା'ର ଚୋରି ହୁଏ

ସ୍ତ୍ରୀ: ସେ ତ ସର୍ବହରା

ପୁ: ଉଁ ହୁଁ ... ସେ ଧନବାନ ... ଓ ଓ ଓ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ,
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ
କୋଟିଏ ହୃଦରୁ ମିଳେ...
....
ଗୋଟିଏ ମନ ... ଓ ଓ ଓ
କୋଟିଏ ତାରାରୁ ମିଳେ ଗୋଟିଏ ଜହ୍ନ













No comments:

Post a Comment