Saturday 30 January 2021

Odia Song - Jadi Sthira Kichhi Rahe Taha Paribartana - ଓଡ଼ିଆ ଗୀତ " ସ୍ଥିର କିଛି ଯଦି ରହେ ତାହା 'ପରିବର୍ତ୍ତନ' "

ଝାଞ୍ଜି ଖରା ପରେ ବରଷା ଆସେ 
ତା ପରେ ପରେ ଶୀତ ଯେ ପାଦ ଥାପେ 
ସମୟ ବଦଳେ 
ସବୁକିଛି ବଦଳେ 
ସ୍ଥିର କିଛି ଯଦି ରହେ ତାହା "ପରିବର୍ତ୍ତନ"

ନୂଆ ପତ୍ର କଅଁଳେ, ପତ୍ରଝଡ଼ା ତ ଦିଏ
ସମୟଚକ୍ରେ ସବୁଜିମା ମନ ହରେ
ସମୟ ବଦଳେ 
ସବୁକିଛି ବଦଳେ 
ସ୍ଥିର କିଛି ଯଦି ରହେ ତାହା "ପରିବର୍ତ୍ତନ"

ସୁଖ ଆସେ, ଦୁଃଖ ଆସେ 
ସେ ଦୁଃଖ ଯାଇ ପୁଣି ସୁଖ ଆସେ 
ସମୟ ବଦଳେ 
ସବୁକିଛି ବଦଳେ 
ସ୍ଥିର କିଛି ଯଦି ରହେ ତାହା "ପରିବର୍ତ୍ତନ"

ସକାଳ ହୁଏ, ସଞ୍ଜ ହୁଏ 
ରାତି ହୁଏ, ପୁଣି ସକାଳ ହୁଏ 
ସମୟ ବଦଳେ 
ସବୁକିଛି ବଦଳେ 
ସ୍ଥିର କିଛି ଯଦି ରହେ ତାହା "ପରିବର୍ତ୍ତନ"





No comments:

Post a Comment