Sunday, 24 April 2016

Preparation process of Dalama




Lets learn how to prepare Dalama/Dalma/Dalema (डालमा/डालेमा). 
1) Take some vegetables like Potato, Pumpkin, Brinjal, Raw Papaya, Raw Banana, Saaru.









2) Cut the vegetables and wash the Harada/Toovar dal.

   3) Put the vegetables, dal, turmeric powder, salt and water 
       in pressure cooker. 
      (If the turmeric is of the pure quality from Kandhamal district
       of Odisha, then it adds to the taste.)




  4) Boil it till the cooker sounds 3 to 4 whistles.




 5) Fry some jeera, sorisha (mustard), methi, piaaja (onion), 
     rasuNa (garlic), adaa (ginger), sukhila  lanka (red chilly) 
     in either ghee or oil.




   6) Put some already boiled vegetables+dal in the pan and mix it




  7) Mix that masala in the whole content of boiled vegetables+dal




   Dalama/Dalma/Dalema is ready.




Note: If someone doesn’t take onion and garlic, then they can avoid it. They can just use jeera, mustard, red chilly etc for the fry. The dalama can be taken with bhata(rice)/ruti(roti)/puri/upama. 

Thanks
Ashish

[ Odia version of the blog is available at  MEDIUM.COM (Click here) ]

Saturday, 23 April 2016

Tuma pari chhota pila tiye (A child like you) -> Utkala Gouraba (The Pride of Utkala)

      The Odia literatus (Sahityika - ସାହିତ୍ୟିକ) Dr Jagannath Mohanty (ଡା. ଜଗନ୍ନାଥ ମହାନ୍ତି)  wrote the following poem on one of the incident in the life of #UtkalaGouraba (#ଉତ୍କଳଗୌରବ) Madhusudan Das (ମଧୂସୁଦନ ଦାସ).
Note: "Utkala Gouraba" means "The pride of Utkala/Odisha".

୧- ତୁମ ପରି ଛୋଟ ପିଲା ଟିଏ, (Tuma pari chhota pilA tiye) - A child like you.
ଗାଁ ଚାହାଳୀର ଚାଟ ସିଏ। (GAAn ChahaLi ra chaTa sie) - A student of the village primary school.
ଚେହେରାଟି ତାର ଡଉଲ ଡାଉଲ, (Chehera Ti tAra Daula DAula) - He is very cute.
ବୁଦ୍ଧିରେ ତାହାର ସରି କିଏ? (Budhi re tahAra sari kiye?) - Can anyone be compared to his knowledge?

୨- ଛାଡ଼ି ଯାଇଥିଲା ଦିନେ ଝଡ଼ି, (ChhaDi jaithilA dine jhaDi) - One day, just after the rains stopped.
ବାହାରିଲା ସିଏ ପାଠ ପଢି। (BahArilA sie paTha paDhi) - He started to school.
ବାଟେ ଯାଉ ଯାଉ ଖସିଗଲା ଗୋଡ଼, (BaTe jAu jAu khasigalA goDa) - He slipped on the road.
ମୁହଁ ମାଡ଼ି ତଳେ ଗଲା ପଡ଼ି। (Muhan mADi taLe galA paDi) - And he fell down.

୩- ଗୁରୁଜୀ ଦେଖିଲେ ଦେହ ତାର, (Guruji dekhile deha tAra) - Teacher looked at him.
ପାଣି କାଦୁଅରେ ସର ସର। (PANi kadua re sara sara) - There was water and mud on his body.
ତିଳେହେଁ ସେଥିକୁ ଖାତିରି ନ କରି,(TiLehen sethiku khatiri a kari) -The child didn't care about being wet,dirty.
ଆସିଛି ହୋଇ ସେ ତରବର। (AAsichhi hoi se tarabara) - Still he came to school in a hurry.

୪- ପଚାରିଲେ ଗୁରୁ ଏ କି ହେଲା?, (PachArile guru e ki helA?) - Teacher asked about what happened to him
ଏତେ ସରି ତୋତେ କିଏ କଲା?। (Ete sari tote kie kalA?) - Who made you like this?
ପିଲାଟି କହିଲା ବେଗେ ଆସୁ ଆସୁ, (PilaTi kahilA bege AAsu AAsu) - The child replied, "In hurry..."
କାଦୁଅରେ ଗୋଡ଼ ଖସିଗଲା। (KAdua re goDa khasigaLa) - ...I slipped in the mud.

୫- ହେଲା ଦଶହରା ଛୁଟି ବେଳ, (Hela dasahara chhuTi beLa) - Time for Dasahara holidays.
ପିଲାଟି ସଭିଙ୍କି କଲା ମେଳ। (PilaTi sabhinki kalA MeLa) - The child made his friends gathered.
ମାଟି ଗୋଡ଼ି ବାଲି ପକାଇ ସଭିଏଁ, (MATi goDi bAli pakAi sabhien) - All put sand & pebbles on the mud area.
ଗାଁ ମାଟି କଲେ ସମତୁଲ। (GAAn mATi kale samatula) - And the village road became good.

୬- ଏହାଦେଖି ଲୋକେ ହେଲେ କାବା, (Eha dekhi loke hebe kAbA)-People were astonished by looking at this.
ଡକାଇଲେ ଗୁରୁ ଚାଟ ସଭା। (DakAile guru chaTa sabhA) - They called for a teacher and student meeting.
କହିଲେ ଏଭଳି ଭଲ କାମ କଲେ, (Kahile ebhaLi bhala kAma kale) - Everyone told, "If we work like this,..."
ନିଶ୍ଚେ ଆମେ ଦିନେ ବଡ଼ ହେବା। (Nische AAme dine baDa hebA) - ...we will grow & have glory one day.

୭- ବଡ଼ ହେଲା ଦିନେ ସେହି ପିଲା, (BaDa hela dine sehi pilA) -The time came when the child became young.
ମଧୁ ବାରିଷ୍ଟର ବୋଲାଇଲା। (Madhu barrister bolAilA) - People called him as "Madhu Barrister".
ଦେଶ ପାଇଁ କେତେ କାମ କରି ସିଏ, (Desha paain kete kAma kari sie) - He worked for the country.
କାଳେ କାଳେ ଯଶ ରଖିଗଲା। (KALa kALa jasha rakhigalA) - And became glorious.

୮- କହିଲା ଜାତିର କାନେ କାନେ, (KahilA jAtira kAne kAne) - He told to the masses through his work....
ଉଠିବୁ ଆଉ ତୁ କେତେ ଦିନେ?, (Uthibu AAu tu kete dine?) - When will you get up?
ପୂରୁବ ଗୌରବ ପୂରୁବ ମହିମା, (Puruba gouraba puruba mahimA) - ...The past glory and greatness...
ପଡ଼ୁନାହିଁ କିରେ ତତେ ମନେ? (PaDu nAhi kire tate mane?) - ...Have you forgotten?


Through this one incident in the life of Utkala Gouraba, the poet wants to tell many things.

In the 2nd stanza, the poet wants to tell the condition of villages and village roads during rainy season in Odisha. As there were no proper roads, people and the school kids used to face a lot of trouble.

In the 3rd  and 4th stanza, the poet wants to tell, about the interest of the students to go to school in spite of these many hurdles. As we say "When there is a will, there is a way".
---In those times, most of the schools were Odia medium Govt. schools. Teachers used to teach, students used to learn and get educated. But in current times, these schools have lost its glory. English medium schools have taken the market. Let there be English medium schools, but why the Odia medium Govt schools have lost its glory? Is it due to neglect, no proper infrastructure or some other reason? The reason might be that there has been a business of education blooming in the market and so the Govt schools are being underrated and private English have taken the lead.

In the 5th stanza, the poet wants to tell, about the initiative taken by the child (Utkala Gouraba Madhusudan Das) during Dasahara holidays to gather his friends and making the road good.
---So it shows, during that time, people had interest for the society. A child also thought for the society and so he took the initiative to repair the road. But everything can't be done by only citizens. There is the need for a political interest, which is lagging in Odisha. And again, everything can't be done by only Govt., people's interest also required and there is a need that people highlight their issues and start participating for the their society.


In the 6th stanza, the poet wants to tell about the teacher-student meeting happening that time. When there was a good initiative taken by a student, the villagers arranged the teacher-student meeting and gave the example of the kid to everyone so that other would be inspired. Does this scenario exist in our villages or in the Govt schools anymore. I think NO!

In the 7th stanza, the poet wants to tell that the child became a barrister when he became young. He worked for the country and earned glory.

In the 8th stanza, the poet wants to tell to the masses through the life of Utkala Gouraba, that the Utkala Gouraba is asking to the people of this generation "Have you forgotten the past glory and greatness of our society? When will you get up from the deep slumber? "
------------------------------------------------------------------------------------------------------------------------

From long time, our Govt starts many schemes like CleanIndia, SwachhBharat etc etc. Many slogans and songs are created for that and advertised in many forums. Along with central politicians, Odisha politicians also, join the chorus but just for photo-ops. Govt change from time to time with no improvement in the sanitation or cleanliness.
In the meantime, Odisha politicians completely forget about this song on one incident in the life of #UtkalaGouraba (#ଉତ୍କଳଗୌରବ) Madhusudan Das (ମଧୂସୁଦନ ଦାସ).
When speaking about Swacha Odisha, why can't our Govt take the example of Utkala Gouraba and talk to the people of Odisha? Can't this one initiative taken by Madhusudan Das be an ideal for making a Swacha Odisha? How will it be possible when our education system has been slowly downgraded and no glorification of the great men of Odisha? If people realise, they can/may change. But there is the need for political interest in Odisha. If the political leaders dont tell to the people about out glorious past and our great ancestors, then it may take a lot of time to see the change.
I hope, when our Odisha politicians do photo-ops during Swachha Bharat Abhijana next time, they at least showcase this case about the initiative taken by Utkala Gouraba Madhusudan Das, and tell to the people about cleanliness by citing the example of the Great Man of Odisha.

ଜୟ ଉତ୍କଳ ଗୌରବ, ଜୟ ଓଡ଼ିଶା, ଜୟ ଜଗନ୍ନାଥ।
(Jay Utkala Gouraba, Jay Odisha, Jay Jagannatha)

Thanks,
             Ashish

Thursday, 14 April 2016

ଟୁଇଟର ଟ୍ରେଣ୍ତ ବିଶ୍ଲେଷଣ

ଗତ ଗୋଟେ ବର୍ଷରେ ଟୁଇଟର ଟ୍ରେଣ୍ତ ବିଷୟରେ କିଛି ବିଶ୍ଳେଷଣ କଲାପରେ, ଏ ସବୁ ତଥ୍ୟ ଜଣା ପଡ଼ିଲା:- ୧) ଆମେ (ଓଡ଼ିଆ ଟୁଇଟରିଆ) ୨୦୧୫ ରେ ପ୍ରଥମ ଥର ପାଇଁ ୨୦ ମାର୍ଚ୍ଚ ରେ #PakhalaDibasa କରିକି ଟ୍ରେଣ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଳ୍ପ ଟୁଇଟ ହେଇଥିଲା ଯେହେତୁ ଟ୍ରେଣ୍ତ ବିଷୟରେ କିଛି ଜଣା ନଥିଲା ଆଉ ଟ୍ରେଣ୍ତ ବି ହେଇ ନଥିଲା। ୨) ୦୧ ଏପ୍ରିଲ ୨୦୧୫ ରେ ଅଧିକ ପିଲା ଟୁଇଟ କଲେ ଓ #UtkalaDibasa ଟ୍ରେଣ୍ତ ହେଲା। [ଗୋଟେ ବର୍ଷ ପୂର୍ବରୁ ୦୧ଏପ୍ରିଲ୨୦୧୪ ରେ ୨ଜଣ ଟୁଇଟରିଆ #UtkalaDibasa ଟ୍ରେଣ୍ତ କରିବା ପାଇଁ ଚେଷ୍ଟା କରିଥିଲେ।]

ଶିକ୍ଷା ମିଳିଲା: ଟ୍ରେଣ୍ତ ପାଇଁ ଅଧିକ ଟୁଇଟରିଆ ଓ ଅଧିକ ଟୁଇଟ ଦରକାର

୩) ଜୁଲାଇ ରେ ଯବେ #NabakalebaraRathaJatra ହେଲା, ସେତବେଳେ ଓଡ଼ିଶା ସରକାରଙ୍କ ପଟରୁ ବିଜ୍ଞାପନ ହେଇଥିଲା, ତେଣୁ ଟ୍ରେଣ୍ତ ଅଧିକ ମାତ୍ରାରେ ହେଲା।

ଶିକ୍ଷା ମିଳିଲା: ସବୁ ମୂଳରେ ବିଜ୍ଞାପନ।

#PakhalaDibasa (୨୦ ମାର୍ଚ୍ଚ ୨୦୧୫) ପରେ ପରେ ଏମିତି ଟୁଇଟରରେ କଥା ହେଉ ହେଉ କିଛି ଟୁଇଟରିଆ କହିଲେ, ଗୋଟେ #RasagolaDibasa କରିବା କି? ୨୦୧୫ ମାର୍ଚ୍ଚ ରୁ ଜୁନ ଭିତରେ ଏ କଥା ଚାଲିଥିଲା। ଦିନେ ସ୍ଥିର ହେଲା ଯେ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପରେ ନିଳାଦ୍ରୀବିଜେ ଦିନ ରସଗୋଲା ଦିବସ ହେଉ। ଏହି ସମୟରେ କିଛି ଓଡ଼ିଆ ଖବର ସଂସ୍ଥା ଓଡ଼ିଆ ଟୁଇଟରିଆଙ୍କ ସହ ଯୋଗ ଦେଲେ ଓ ପାହାଳରେ କିଛି ରସଗୋଲା ବ୍ୟବସାୟୀଙ୍କ ସହାୟତାରେ “ରସଗୋଲା ଦିବସ” ବୋଲି ପୋଷ୍ଟର ଲଗେଇଲେ ଓ ପ୍ରଚାର କଲେ ଆଉ ଭୁବନେଶ୍ୱରରେ ରିଲାୟନସ ଭବନରେ ବହୁତ ରସଗୋଲା ବ୍ୟବସାୟୀ ରସଗୋଲା ଦିବସରେ ଯୋଗ ଦେଲେ। ଜୁଲାଇ ୩୦ ଦିନ ସକାଳୁ #RasagolaDibasa ଟୁଇଟରରେ ଓଡ଼ିଆମାନେ ଜୋରଦାର ଟ୍ରେଣ୍ତ କଲେ। ଆଉ ଶୁଣିବାକୁ ମିଳିଲା ଯେ ଓଡ଼ିଶାରେ ସେଦିନ ବହୁଳ ପରିମାଣରେ ରସଗୋଲା ବିକ୍ରୀ ହେଇଥିଲା। ଏ କଥା ଓଡ଼ିଶାର ନେତାମାନଙ୍କ କାନରେ ପଡ଼ିଲା। ସେମାନେ ଗୋଟେ ଲେଖା(document) ବନେଇ Geographical Indication department କୁ ପଠେଇଦେଲେ “ପାହାଳ ରସଗୋଲା”କୁ GI tag ମିଳୁ ବୋଲି! ଏ କଥା ବହୁତ ଜାତୀୟ ଖବରକାଗଜରେ ବି ବାହାରିଲା। [ତା’ପରେ କ’ଣ ହେଲା, ପରବର୍ତ୍ତୀ blog “ଓଡ଼ିଶାର ଇତିହାସ ଭଳି, “ରସଗୋଲାର ଜନ୍ମସ୍ଥାନ” କିମ୍ବଦନ୍ତୀ ହେବନି ତ?” ରେ ପଢନ୍ତୁ]

ଶିକ୍ଷା ମିଳିଲା: କ)କିଛି ଲୁକ୍କାୟୀତ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଟ୍ରେଣ୍ତର ଆବଶ୍ୟକତା ରହିଛି। ଚୁପ ହେଇ ବସିବାର ସମୟ ଆଉ ନାହିଁ। ଖ)ଯେବେ ଓଡ଼ିଆ ଖବର ସଂସ୍ଥା ଓଡ଼ିଆ ଟୁଇଟରିଆଙ୍କ ସହ ଯୋଗ ଦିଅନ୍ତି, ତେବେ ବହୁତ କିଛି ସୁଫଳ ମିଳେ। ଗ)ଟ୍ରେଣ୍ତ ଦ୍ୱାରା, ସେଦିନ ରସଗୋଲା ବ୍ୟବସାୟ କିଛି ମାତ୍ରାରେ ବଢିଲା ଆଉ ଓଡ଼ିଶା ବାହାରେ ଲୋକେ ବି ଜାଣିଲେ। ଘ)ଏଇ ବାହାନାରେ ଆମ ନେତାମାନଙ୍କ କାନରେ କିଛି କଥା ପଡ଼ିଲା।

୪) ତା’ପରେ #RajaParba, #NukhaiJuhar ଟ୍ରେଣ୍ତ ସେଇଧାରାରେ ଚାଲିଲା।

୫) #ଭାଗବତ ଟ୍ରେଣ୍ତ ଓଡ଼ିଆରେ କରିବାକୁ ଚେଷ୍ଟା ହେଲା କିନ୍ତୁ ମାତ୍ର ୧୫/୨୦ ମିନିଟ ଟ୍ରେଣ୍ତ ରେ ଦେଖାଗଲା। ପ୍ରଥମେ ଭାବୁଥିଲୁ ଯେ ଗୁଗୁଲରେ ଓଡ଼ିଆ ନଥିବାରୁ ବୋଧେ ଟୁଇଟର ଓଡ଼ିଆ ଟ୍ୟାଗକୁ ଧରିପାରୁନି। ପରେ ଜଣାପଡ଼ିଲା ଯେ ଟୁଇଟରରେ ଓଡ଼ିଆ ଟ୍ୟାଗ ଟ୍ରେଣ୍ତ ପାଇଁ functionality ନାହିଁ।”Promoted Indic trends?”ଦେଖ । → http://tech.economictimes.indiatimes.com/news/internet/twitter-indian-languages-hashtags/46313170

ଶିକ୍ଷା ମିଳିଲା: ଯେତେଦିନ ଯାଏଁ ଓଡ଼ିଆ ଟ୍ୟାଗ ଟ୍ରେଣ୍ତ ପାଇଁ functionality ଆସିନି, ସେତଦିନ ଯାଏଁ ଓଡ଼ିଆ ଟ୍ରେଣ୍ତ ହେଇପାରିବନି। କିନ୍ତୁ ଓଡ଼ିଆ ଟ୍ୟାଗ ବନେଇ ହେଇପାରିବ। ତେଣୁ ଆମକୁ ଓଡ଼ିଆ ଟ୍ୟାଗ ସଙ୍ଖ୍ୟା ବଢେଇବାକୁ ହେବ।

୬) #UtkalaMani ଟ୍ରେଣ୍ତ ଜୋରଦାର ହେଲା ଯେହେତୁ ଗୋପବନ୍ଧୁ ଦାସଙ୍କ ବିଷୟରେ ବହୁତ ଓଡ଼ିଆ ଅବଗତ ଅଛନ୍ତି।

ଶିକ୍ଷା ମିଳିଲା: ସବୁ ଓଡ଼ିଆ ଓଡ଼ିଶା ବିଷୟରେ କିଛି ଭଲ ଜିନିଷ ଜାଣିଲେ ଭଲ। :)

୭) କିନ୍ତୁ #DurgaPujaInOdisha ରେ ଟ୍ରେଣ୍ତ ହେଲାନାହିଁ, ଏହି ଦ୍ୱନ୍ଦ ଯୋଗୁଁ ଯେ “ଦୁର୍ଗାପୂଜା ଓଡ଼ିଶାର ନା କାଳୀପୂଜା”।

ଶିକ୍ଷା ମିଳିଲା: ଟ୍ରେଣ୍ତ ଦିନର ଯଥେଷ୍ଟ ପୂର୍ବରୁ hashtagଟି ଭଲଭାବେ ଠିକ ହେବା ଦରକାର।

୮) #BaliJatra, #Konark, #DhanuJatra #OdissiClassicalMusic, ଠିକ ରେ ଟ୍ରେଣ୍ତ ହେଲା, ଯେହେତୁ ଟୁଟରିଆମାନେ ସକାଳ ୫ଟା ରେ ଟୁଇଟ କରିବା ଆରମ୍ଭ କରିଦେଇଥିଲେ। #Konark ଟ୍ରେଣ୍ତ ରେ ଓଡ଼ିଶା ବାହାର ଲୋକେ ବି ଅଂଶଗ୍ରହଣ କଲେ।

ଶିକ୍ଷା ମିଳିଲା: ଟ୍ରେଣ୍ତ ଦିନ ସକାଳୁ ଟୁଇଟ କରିବାର ଅଛି।

୯) ଥରିକିଆ ଟ୍ରେଣ୍ତ ରୁ, #OdishaPattachitra ଓ #KalingaBuddha ଯଦିଓ ୨୦ ଭିତରେ ଟ୍ରେଣ୍ତ ହେଲା କିନ୍ତୁ ୧୦ ଟ୍ରେଣ୍ତ ଭିତରେ ଆସିଲା ନାହିଁ। (Mobile ରେ ୨୦ଟି ଟ୍ରେଣ୍ତ ଦେଖାଯାଏ ଓ Desktop/Laptop ରେ ୧୦ଟି ଦେଖାଯାଏ।)

ଶିକ୍ଷା ମିଳିଲା: କିଛି ଲୋକ କିଛି ପ୍ରକାର ଟ୍ରେଣ୍ତରେ ଅଂଶଗ୍ରହଣ କରିବାକୁ ଚାହାନ୍ତି ନାହିଁ।

୧୦) କିନ୍ତୁ ଥରିକିଆ ଟ୍ରେଣ୍ତ ରୁ, #IncredibleChilika ଭଲ ଟ୍ରେଣ୍ତ ହେଲା, ଯେହେତୁ ଓଡ଼ିଶା ବାହାର ଲୋକେ ବି ଅଂଶଗ୍ରହଣ କଲେ।

ଶିକ୍ଷା ମିଳିଲା: ଓଡ଼ିଶା ଟ୍ରେଣ୍ତ ବିଷୟରେ ଅନ୍ୟମାନେ ବି ଜାଣିବାର ଅଛି।

୧୧) ଏତେ ସବୁ ଅଭିଜ୍ଞତା ହେଲାପରେ ଗତ ବର୍ଷ ଯୋଉ #PakhalaDibasa ଟ୍ରେଣ୍ତ ହେଇନଥିଲା, ସେଇଟା ଏ ବର୍ଷ ୨୦୧୬ ମାର୍ଚ୍ଚ ୨୦ ରେ ଜୋରଦାର ଟ୍ରେଣ୍ତ ହେଲା। ଏ ବର୍ଷ ୨୦୧୬ #UtkalaDibasa ରାତି ୦୧ ରୁ ଟ୍ରେଣ୍ତ ଆରମ୍ଭ ହେଇଥିଲା ଯେହେତୁ ଭାରତରେ ଥିବା ଓଡ଼ିଆମାନେ ରାତି ୧୨ରୁ ଟୁଇଟ କରିଥିଲେ ଆଉ ଗୋଟିଏ ବଢିଆ କଥା ହେଲା ଯେ ବହୁତ ଗୁଡ଼ିଏ ଟୁଇଟ ଭାରତ ବାହାରେ ଥିବା ଓଡ଼ିଆଲୋକେ କରିଥିଲେ।

ଶିକ୍ଷା ମିଳିଲା: ଭାରତ ବାହାରେ ଥିବା ଓଡ଼ିଆଙ୍କ ଯୋଗଦାନ ବି ଆବଶ୍ୟକ।

୧୨)ଏମିତି ସବୁ ଅନୁଧ୍ୟାନ କରିବାରୁ ଜଣାପଡ଼ିଲା, ଯଦି ଅଧିକ follower ଥିବା ଟୁଇଟରିଆ କିମ୍ବା verified id ବାଲା ଟୁଇଟରିଆ ଟୁଇଟ କରନ୍ତି ତାହେଲେ ଅଳ୍ପ ଟୁଇଟରେ ଟ୍ରେଣ୍ତ ହେଇଯାଏ। ୨୦୧୬ ଏପ୍ରିଲ ୧୩, #OdiaNewYear (ପଣାସଙ୍କ୍ରାନ୍ତି) ବି ଭଲ ଟ୍ରେଣ୍ଡ ହେଲା କିନ୍ତୁ ହାପିବୈଶାଖୀ ଟ୍ରେଣ୍ତ ରେ କିଛି verified id ବାଲା ଅଣଓଡ଼ିଆ ଟୁଇଟରିଆ ଟୁଇଟ କରିବାରୁ ସେଇଟା ପ୍ରଥମରେ ରହିଲା। ଆମର କିଛି ବୁଦ୍ଧିଜିବୀ ଓ ନେତା ତ ଓଡ଼ିଶା ସମ୍ବନ୍ଧୀୟ hashtag ରେ ଟୁଇଟ କରିବେନି, ତେଣୁ ତାଙ୍କ କଥା ଛାଡ଼! ସେମାନଙ୍କଠାରୁ ଆଶା କରିବା ମାନେ “ଅନ୍ଧ ରାଇଜରେ ଦର୍ପଣ ବିକିବା” ଭଳି! ସକାଳ ୯:୩୦ ରେ ହଠାତ #OdiaNewYear ଟ୍ରେଣ୍ତ ଚାଲିଗଲା ଯଦିଓ ଟୁଇଟ ଚାଲିଥିଲା।

ଶିକ୍ଷା ମିଳିଲା: ଟୁଇଟର ଯଦି ଚାହେଁ, କିଛି paid କିମ୍ବା ଅଧିକ ଜନପ୍ରିୟ(more popular) ଟ୍ରେଣ୍ତକୁ ରଖିବା ପାଇଁ ଅନ୍ୟ ଟ୍ରେଣ୍ତକୁ ଉଡ଼େଇଦେଇପାରେ। କିନ୍ତୁ ଏହା ସବୁବେଳେ ହେବ ନାହିଁ।

ଟୁଇଟର ଟ୍ରେଣ୍ଡ ଦ୍ୱାରା ଓଡ଼ିଶା ବିଷୟରେ ବାହାରର ଲୋକେ ଅନେକ କଥା ଜାଣୁଛନ୍ତି | ପରିଶ୍ରମ ବେକାର ଯାଉନି। ତେଣୁ ଆମର ଟ୍ରେଣ୍ତ କାମ ଚାଲୁ ରଖ ଓ ସାରା ଜଗତକୁ ଓଡ଼ିଶା ବିଷୟରେ କିଛି ଭଲ କଥା ଜଣାଅ।। :) ଜୟ ଜଗନ୍ନାଥ। ଜୟ ଓଡ଼ିଆ ଟୁଇଟରିଆ। :)

ଇତି,

ଆଶିଷ