Friday 17 February 2017

ଯେତେବେଳେ ଇଣ୍ଟରନେଟରେ ଓଡ଼ିଆ ଲିପିରେ ଲେଖୁଛ

P.C. Google images

ଯେତବେଳେ/ଯେତେବେଳେ ଇଣ୍ଟରନେଟରେ ଓଡ଼ିଆ ଲିପିରେ ଲେଖୁଛ, ସେତବେଳେ/ସେତେବେଳେ ବିଭିନ୍ନ ପ୍ରକାରର ଲେଖ।
୧) ମୋ’ କଥା ବୁଝୁଛ ତ?
୨) ମୋ’ର କଥା ବୁଝୁଛ ତ?
୩) ମୋର କଥା ବୁଝୁଛ ତ?
୪) ମୋ’ କଥା ବୁଝିଲ ତ?
୫) ମୋ’ର କଥା ବୁଝିଲ ତ?
୬) ମୋର କଥା ବୁଝିଲ ତ?
୭) ମୋ’ କଥା ବୁଝା ପଡ଼ୁଛି ତ?
୮) ମୋ’ର କଥା ବୁଝା ପଡ଼ୁଛି ତ?
୯) ମୋର କଥା ବୁଝା ପଡ଼ୁଛି ତ?
୧୦) କଥାଟା ମୋ’ ବୁଝୁଛ ତ?
୧୧) କଥାଟା ମୋ’ର ବୁଝୁଛ ତ?
୧୨) କଥାଟା ମୋର ବୁଝୁଛ ତ?
୧୩) କଥାଟା ମୋ’ ବୁଝିଲ ତ?
୧୪) କଥାଟା ମୋ’ର ବୁଝିଲ ତ?
୧୫) କଥାଟା ମୋର ବୁଝିଲ ତ?
୧୬) କଥାଟା ମୋ’ ବୁଝା ପଡ଼ୁଛି ତ?
୧୭) କଥାଟା ମୋ’ର ବୁଝା ପଡ଼ୁଛି ତ?
୧୮) କଥାଟା ମୋର ବୁଝା ପଡ଼ୁଛି ତ?

-”ଟା” ଯାଗାରେ “ଟି” ଲଗେଇକି ଲେଖ।
-ସମ୍ବଲପୁରୀ,ଗଞ୍ଜାମୀ,ବାଲେଶ୍ୱରୀ ଓ ଅନ୍ୟ ହିସାବରେ ବାକ୍ୟଗୁଡ଼ିକୁ ଲେଖ।

ଏଭଳି ଅନେକ ଶୈଳୀରେ ଲେଖାଯାଇପାରିବ ଯାହାର କଳନା କରିବା କଷ୍ଟ।
ଏହାଦ୍ୱାରା କ’ଣ ଲାଭ ହେବ ହେବ ଟିକେ ଭାବନ୍ତୁ।
ଭବିଷ୍ୟତରେ “Artificial Intelligence” ବହୁଳଭାବେ ଭାଷା ଓ ଲିପି ପାଇଁ ବ୍ୟବହାର ହୋଇପାରେ।
ତେଣୁ ଯଦି ସେ Software Developer ମାନେ ଇଣ୍ଟରନେଟରେ ଥିବା ଲିପିସବୁକୁ ପରୀକ୍ଷା କରନ୍ତି, ତେବେ ସହଜରେ ଅନେକ ବାକ୍ୟଗଠନର ପ୍ରକାର ସେମାନଙ୍କୁ ମିଳିଯିବ, ଯୋଉଟା ଆମ ପାଇଁ ଭଲ ହେବ ବୋଲି ଭାବୁଛି। ଏସବୁକୁ Google Translate https://translate.google.com/contribute (English to Odia) ରେ ବି ଭରନ୍ତୁ ଯାହାଦ୍ୱାରା ଗୋଟେ ଓଡ଼ିଆ ବାକ୍ୟର ସଠିକ ଇଂରାଜୀ ଅନୁବାଦ ପ୍ରଥମେ ଆମ ଦ୍ୱାରା ଓ ପରେ Google Translate/Artificial Intelligence ଦ୍ୱାରା Internet ରେ ଆସିଯିବ।


ଏଇଟା କେବଳ ମୋ’ର ଭାବନା, ସତ ହେବ କି ନାହିଁ ଜଣାନାହିଁ। କିନ୍ତୁ ବିଭିନ୍ନ ପ୍ରକାରରେ ଲେଖିଲେ ଆମକୁ କିଛି କଷ୍ଟ ବି ହେବନି। ତେଣୁ ଟିକେ ଚେଷ୍ଟା କରି ଦେଖିବା।
କ’ଣ କହୁଛ?

                                                                             - ଆଶିଷ କୁମାର ନାୟକ                                                                                                                              youtube.com/mrashishkumarnayak

4 comments:

  1. Actually u r thinking a step ahead. Nice thought process

    ReplyDelete
  2. ଏତେ ଦୂର ଭାବିପାରୁଛନ୍ତି ,ମାନିବାକୁ ପଡିବ। ଏମିତି ଦୂରଦ୍ରଷ୍ଟା ଦରକାର ଓଡିଶା କୁ ।

    ReplyDelete