Thursday 14 April 2016

ଟୁଇଟର ଟ୍ରେଣ୍ତ ବିଶ୍ଲେଷଣ

ଗତ ଗୋଟେ ବର୍ଷରେ ଟୁଇଟର ଟ୍ରେଣ୍ତ ବିଷୟରେ କିଛି ବିଶ୍ଳେଷଣ କଲାପରେ, ଏ ସବୁ ତଥ୍ୟ ଜଣା ପଡ଼ିଲା:- ୧) ଆମେ (ଓଡ଼ିଆ ଟୁଇଟରିଆ) ୨୦୧୫ ରେ ପ୍ରଥମ ଥର ପାଇଁ ୨୦ ମାର୍ଚ୍ଚ ରେ #PakhalaDibasa କରିକି ଟ୍ରେଣ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଳ୍ପ ଟୁଇଟ ହେଇଥିଲା ଯେହେତୁ ଟ୍ରେଣ୍ତ ବିଷୟରେ କିଛି ଜଣା ନଥିଲା ଆଉ ଟ୍ରେଣ୍ତ ବି ହେଇ ନଥିଲା। ୨) ୦୧ ଏପ୍ରିଲ ୨୦୧୫ ରେ ଅଧିକ ପିଲା ଟୁଇଟ କଲେ ଓ #UtkalaDibasa ଟ୍ରେଣ୍ତ ହେଲା। [ଗୋଟେ ବର୍ଷ ପୂର୍ବରୁ ୦୧ଏପ୍ରିଲ୨୦୧୪ ରେ ୨ଜଣ ଟୁଇଟରିଆ #UtkalaDibasa ଟ୍ରେଣ୍ତ କରିବା ପାଇଁ ଚେଷ୍ଟା କରିଥିଲେ।]

ଶିକ୍ଷା ମିଳିଲା: ଟ୍ରେଣ୍ତ ପାଇଁ ଅଧିକ ଟୁଇଟରିଆ ଓ ଅଧିକ ଟୁଇଟ ଦରକାର

୩) ଜୁଲାଇ ରେ ଯବେ #NabakalebaraRathaJatra ହେଲା, ସେତବେଳେ ଓଡ଼ିଶା ସରକାରଙ୍କ ପଟରୁ ବିଜ୍ଞାପନ ହେଇଥିଲା, ତେଣୁ ଟ୍ରେଣ୍ତ ଅଧିକ ମାତ୍ରାରେ ହେଲା।

ଶିକ୍ଷା ମିଳିଲା: ସବୁ ମୂଳରେ ବିଜ୍ଞାପନ।

#PakhalaDibasa (୨୦ ମାର୍ଚ୍ଚ ୨୦୧୫) ପରେ ପରେ ଏମିତି ଟୁଇଟରରେ କଥା ହେଉ ହେଉ କିଛି ଟୁଇଟରିଆ କହିଲେ, ଗୋଟେ #RasagolaDibasa କରିବା କି? ୨୦୧୫ ମାର୍ଚ୍ଚ ରୁ ଜୁନ ଭିତରେ ଏ କଥା ଚାଲିଥିଲା। ଦିନେ ସ୍ଥିର ହେଲା ଯେ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପରେ ନିଳାଦ୍ରୀବିଜେ ଦିନ ରସଗୋଲା ଦିବସ ହେଉ। ଏହି ସମୟରେ କିଛି ଓଡ଼ିଆ ଖବର ସଂସ୍ଥା ଓଡ଼ିଆ ଟୁଇଟରିଆଙ୍କ ସହ ଯୋଗ ଦେଲେ ଓ ପାହାଳରେ କିଛି ରସଗୋଲା ବ୍ୟବସାୟୀଙ୍କ ସହାୟତାରେ “ରସଗୋଲା ଦିବସ” ବୋଲି ପୋଷ୍ଟର ଲଗେଇଲେ ଓ ପ୍ରଚାର କଲେ ଆଉ ଭୁବନେଶ୍ୱରରେ ରିଲାୟନସ ଭବନରେ ବହୁତ ରସଗୋଲା ବ୍ୟବସାୟୀ ରସଗୋଲା ଦିବସରେ ଯୋଗ ଦେଲେ। ଜୁଲାଇ ୩୦ ଦିନ ସକାଳୁ #RasagolaDibasa ଟୁଇଟରରେ ଓଡ଼ିଆମାନେ ଜୋରଦାର ଟ୍ରେଣ୍ତ କଲେ। ଆଉ ଶୁଣିବାକୁ ମିଳିଲା ଯେ ଓଡ଼ିଶାରେ ସେଦିନ ବହୁଳ ପରିମାଣରେ ରସଗୋଲା ବିକ୍ରୀ ହେଇଥିଲା। ଏ କଥା ଓଡ଼ିଶାର ନେତାମାନଙ୍କ କାନରେ ପଡ଼ିଲା। ସେମାନେ ଗୋଟେ ଲେଖା(document) ବନେଇ Geographical Indication department କୁ ପଠେଇଦେଲେ “ପାହାଳ ରସଗୋଲା”କୁ GI tag ମିଳୁ ବୋଲି! ଏ କଥା ବହୁତ ଜାତୀୟ ଖବରକାଗଜରେ ବି ବାହାରିଲା। [ତା’ପରେ କ’ଣ ହେଲା, ପରବର୍ତ୍ତୀ blog “ଓଡ଼ିଶାର ଇତିହାସ ଭଳି, “ରସଗୋଲାର ଜନ୍ମସ୍ଥାନ” କିମ୍ବଦନ୍ତୀ ହେବନି ତ?” ରେ ପଢନ୍ତୁ]

ଶିକ୍ଷା ମିଳିଲା: କ)କିଛି ଲୁକ୍କାୟୀତ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଟ୍ରେଣ୍ତର ଆବଶ୍ୟକତା ରହିଛି। ଚୁପ ହେଇ ବସିବାର ସମୟ ଆଉ ନାହିଁ। ଖ)ଯେବେ ଓଡ଼ିଆ ଖବର ସଂସ୍ଥା ଓଡ଼ିଆ ଟୁଇଟରିଆଙ୍କ ସହ ଯୋଗ ଦିଅନ୍ତି, ତେବେ ବହୁତ କିଛି ସୁଫଳ ମିଳେ। ଗ)ଟ୍ରେଣ୍ତ ଦ୍ୱାରା, ସେଦିନ ରସଗୋଲା ବ୍ୟବସାୟ କିଛି ମାତ୍ରାରେ ବଢିଲା ଆଉ ଓଡ଼ିଶା ବାହାରେ ଲୋକେ ବି ଜାଣିଲେ। ଘ)ଏଇ ବାହାନାରେ ଆମ ନେତାମାନଙ୍କ କାନରେ କିଛି କଥା ପଡ଼ିଲା।

୪) ତା’ପରେ #RajaParba, #NukhaiJuhar ଟ୍ରେଣ୍ତ ସେଇଧାରାରେ ଚାଲିଲା।

୫) #ଭାଗବତ ଟ୍ରେଣ୍ତ ଓଡ଼ିଆରେ କରିବାକୁ ଚେଷ୍ଟା ହେଲା କିନ୍ତୁ ମାତ୍ର ୧୫/୨୦ ମିନିଟ ଟ୍ରେଣ୍ତ ରେ ଦେଖାଗଲା। ପ୍ରଥମେ ଭାବୁଥିଲୁ ଯେ ଗୁଗୁଲରେ ଓଡ଼ିଆ ନଥିବାରୁ ବୋଧେ ଟୁଇଟର ଓଡ଼ିଆ ଟ୍ୟାଗକୁ ଧରିପାରୁନି। ପରେ ଜଣାପଡ଼ିଲା ଯେ ଟୁଇଟରରେ ଓଡ଼ିଆ ଟ୍ୟାଗ ଟ୍ରେଣ୍ତ ପାଇଁ functionality ନାହିଁ।”Promoted Indic trends?”ଦେଖ । → http://tech.economictimes.indiatimes.com/news/internet/twitter-indian-languages-hashtags/46313170

ଶିକ୍ଷା ମିଳିଲା: ଯେତେଦିନ ଯାଏଁ ଓଡ଼ିଆ ଟ୍ୟାଗ ଟ୍ରେଣ୍ତ ପାଇଁ functionality ଆସିନି, ସେତଦିନ ଯାଏଁ ଓଡ଼ିଆ ଟ୍ରେଣ୍ତ ହେଇପାରିବନି। କିନ୍ତୁ ଓଡ଼ିଆ ଟ୍ୟାଗ ବନେଇ ହେଇପାରିବ। ତେଣୁ ଆମକୁ ଓଡ଼ିଆ ଟ୍ୟାଗ ସଙ୍ଖ୍ୟା ବଢେଇବାକୁ ହେବ।

୬) #UtkalaMani ଟ୍ରେଣ୍ତ ଜୋରଦାର ହେଲା ଯେହେତୁ ଗୋପବନ୍ଧୁ ଦାସଙ୍କ ବିଷୟରେ ବହୁତ ଓଡ଼ିଆ ଅବଗତ ଅଛନ୍ତି।

ଶିକ୍ଷା ମିଳିଲା: ସବୁ ଓଡ଼ିଆ ଓଡ଼ିଶା ବିଷୟରେ କିଛି ଭଲ ଜିନିଷ ଜାଣିଲେ ଭଲ। :)

୭) କିନ୍ତୁ #DurgaPujaInOdisha ରେ ଟ୍ରେଣ୍ତ ହେଲାନାହିଁ, ଏହି ଦ୍ୱନ୍ଦ ଯୋଗୁଁ ଯେ “ଦୁର୍ଗାପୂଜା ଓଡ଼ିଶାର ନା କାଳୀପୂଜା”।

ଶିକ୍ଷା ମିଳିଲା: ଟ୍ରେଣ୍ତ ଦିନର ଯଥେଷ୍ଟ ପୂର୍ବରୁ hashtagଟି ଭଲଭାବେ ଠିକ ହେବା ଦରକାର।

୮) #BaliJatra, #Konark, #DhanuJatra #OdissiClassicalMusic, ଠିକ ରେ ଟ୍ରେଣ୍ତ ହେଲା, ଯେହେତୁ ଟୁଟରିଆମାନେ ସକାଳ ୫ଟା ରେ ଟୁଇଟ କରିବା ଆରମ୍ଭ କରିଦେଇଥିଲେ। #Konark ଟ୍ରେଣ୍ତ ରେ ଓଡ଼ିଶା ବାହାର ଲୋକେ ବି ଅଂଶଗ୍ରହଣ କଲେ।

ଶିକ୍ଷା ମିଳିଲା: ଟ୍ରେଣ୍ତ ଦିନ ସକାଳୁ ଟୁଇଟ କରିବାର ଅଛି।

୯) ଥରିକିଆ ଟ୍ରେଣ୍ତ ରୁ, #OdishaPattachitra ଓ #KalingaBuddha ଯଦିଓ ୨୦ ଭିତରେ ଟ୍ରେଣ୍ତ ହେଲା କିନ୍ତୁ ୧୦ ଟ୍ରେଣ୍ତ ଭିତରେ ଆସିଲା ନାହିଁ। (Mobile ରେ ୨୦ଟି ଟ୍ରେଣ୍ତ ଦେଖାଯାଏ ଓ Desktop/Laptop ରେ ୧୦ଟି ଦେଖାଯାଏ।)

ଶିକ୍ଷା ମିଳିଲା: କିଛି ଲୋକ କିଛି ପ୍ରକାର ଟ୍ରେଣ୍ତରେ ଅଂଶଗ୍ରହଣ କରିବାକୁ ଚାହାନ୍ତି ନାହିଁ।

୧୦) କିନ୍ତୁ ଥରିକିଆ ଟ୍ରେଣ୍ତ ରୁ, #IncredibleChilika ଭଲ ଟ୍ରେଣ୍ତ ହେଲା, ଯେହେତୁ ଓଡ଼ିଶା ବାହାର ଲୋକେ ବି ଅଂଶଗ୍ରହଣ କଲେ।

ଶିକ୍ଷା ମିଳିଲା: ଓଡ଼ିଶା ଟ୍ରେଣ୍ତ ବିଷୟରେ ଅନ୍ୟମାନେ ବି ଜାଣିବାର ଅଛି।

୧୧) ଏତେ ସବୁ ଅଭିଜ୍ଞତା ହେଲାପରେ ଗତ ବର୍ଷ ଯୋଉ #PakhalaDibasa ଟ୍ରେଣ୍ତ ହେଇନଥିଲା, ସେଇଟା ଏ ବର୍ଷ ୨୦୧୬ ମାର୍ଚ୍ଚ ୨୦ ରେ ଜୋରଦାର ଟ୍ରେଣ୍ତ ହେଲା। ଏ ବର୍ଷ ୨୦୧୬ #UtkalaDibasa ରାତି ୦୧ ରୁ ଟ୍ରେଣ୍ତ ଆରମ୍ଭ ହେଇଥିଲା ଯେହେତୁ ଭାରତରେ ଥିବା ଓଡ଼ିଆମାନେ ରାତି ୧୨ରୁ ଟୁଇଟ କରିଥିଲେ ଆଉ ଗୋଟିଏ ବଢିଆ କଥା ହେଲା ଯେ ବହୁତ ଗୁଡ଼ିଏ ଟୁଇଟ ଭାରତ ବାହାରେ ଥିବା ଓଡ଼ିଆଲୋକେ କରିଥିଲେ।

ଶିକ୍ଷା ମିଳିଲା: ଭାରତ ବାହାରେ ଥିବା ଓଡ଼ିଆଙ୍କ ଯୋଗଦାନ ବି ଆବଶ୍ୟକ।

୧୨)ଏମିତି ସବୁ ଅନୁଧ୍ୟାନ କରିବାରୁ ଜଣାପଡ଼ିଲା, ଯଦି ଅଧିକ follower ଥିବା ଟୁଇଟରିଆ କିମ୍ବା verified id ବାଲା ଟୁଇଟରିଆ ଟୁଇଟ କରନ୍ତି ତାହେଲେ ଅଳ୍ପ ଟୁଇଟରେ ଟ୍ରେଣ୍ତ ହେଇଯାଏ। ୨୦୧୬ ଏପ୍ରିଲ ୧୩, #OdiaNewYear (ପଣାସଙ୍କ୍ରାନ୍ତି) ବି ଭଲ ଟ୍ରେଣ୍ଡ ହେଲା କିନ୍ତୁ ହାପିବୈଶାଖୀ ଟ୍ରେଣ୍ତ ରେ କିଛି verified id ବାଲା ଅଣଓଡ଼ିଆ ଟୁଇଟରିଆ ଟୁଇଟ କରିବାରୁ ସେଇଟା ପ୍ରଥମରେ ରହିଲା। ଆମର କିଛି ବୁଦ୍ଧିଜିବୀ ଓ ନେତା ତ ଓଡ଼ିଶା ସମ୍ବନ୍ଧୀୟ hashtag ରେ ଟୁଇଟ କରିବେନି, ତେଣୁ ତାଙ୍କ କଥା ଛାଡ଼! ସେମାନଙ୍କଠାରୁ ଆଶା କରିବା ମାନେ “ଅନ୍ଧ ରାଇଜରେ ଦର୍ପଣ ବିକିବା” ଭଳି! ସକାଳ ୯:୩୦ ରେ ହଠାତ #OdiaNewYear ଟ୍ରେଣ୍ତ ଚାଲିଗଲା ଯଦିଓ ଟୁଇଟ ଚାଲିଥିଲା।

ଶିକ୍ଷା ମିଳିଲା: ଟୁଇଟର ଯଦି ଚାହେଁ, କିଛି paid କିମ୍ବା ଅଧିକ ଜନପ୍ରିୟ(more popular) ଟ୍ରେଣ୍ତକୁ ରଖିବା ପାଇଁ ଅନ୍ୟ ଟ୍ରେଣ୍ତକୁ ଉଡ଼େଇଦେଇପାରେ। କିନ୍ତୁ ଏହା ସବୁବେଳେ ହେବ ନାହିଁ।

ଟୁଇଟର ଟ୍ରେଣ୍ଡ ଦ୍ୱାରା ଓଡ଼ିଶା ବିଷୟରେ ବାହାରର ଲୋକେ ଅନେକ କଥା ଜାଣୁଛନ୍ତି | ପରିଶ୍ରମ ବେକାର ଯାଉନି। ତେଣୁ ଆମର ଟ୍ରେଣ୍ତ କାମ ଚାଲୁ ରଖ ଓ ସାରା ଜଗତକୁ ଓଡ଼ିଶା ବିଷୟରେ କିଛି ଭଲ କଥା ଜଣାଅ।। :) ଜୟ ଜଗନ୍ନାଥ। ଜୟ ଓଡ଼ିଆ ଟୁଇଟରିଆ। :)

ଇତି,

ଆଶିଷ

4 comments:

  1. #NabakalebaraRathaJatra July 18re Hoithila..
    Au #Konark trend bele bahuta Anaodia bhaga neithile..

    ReplyDelete
  2. Great attempt.Odia cuisines are so tasty, let other world should know it. Wish U a Happy & Cool #PakhalaDibasa.

    ReplyDelete